କୋରୋନା କୋପ: କୋମାରେ ଚାନ୍ଦିପୁର ବେଳାଭୂମିର ବ୍ୟବସାୟୀଙ୍କ ରୋଜଗାର - balasore news
🎬 Watch Now: Feature Video
ବାଲେଶ୍ବର: ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ ଓଡିଶା । ତନ୍ମଧ୍ୟରୁ ବାଲେଶ୍ବରର ଚାନ୍ଦିପୁର ବେଳାଭୂମି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବହନ କରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ବେଳାଭୂମିର ଶାନ୍ତ ପରିବେଶ ଓ ରହସ୍ୟମୟ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ବିମୋହିତ କରେ । ଏହି ବେଳାଭୂମିର ସବୁଠୁ ନିଆରା କଥା ହେଉଛି ସମୁଦ୍ରପାଣି ବେଳାଭୂମିରୁ 3ରୁ 4 କିମି ଭିତରକୁ ଘୁଞ୍ଚିଯାଏଁ ଓ ଜୁଆର ସମୟରେ ପୁଣି ଫେରିଥାଏ । ଆଉ ବେଳାଭୂମିର ଏହି ଦୃଶ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଜମେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ । ସେପଟେ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ନିକଟରେ ପାନ୍ଥଶାଳା ଓ ଅନେକ ଘରୋଇ ହୋଟେଲର ବ୍ୟବସ୍ଥା ମଧ୍ୟ ରହିଛି । ତା' ସାଙ୍ଗକୁ ବିଭିନ୍ନ ଷ୍ଟ୍ରିଟ ଭେଣ୍ଡରର ସ୍ବାଦିଷ୍ଟ ଓ ଚଟପଟା ଖାଦ୍ୟର ମଧ୍ୟ ଖୋଲିଛି ପସରା । ହେଲେ କୋରୋନା କାରଣରୁ ଗତ 6 ମାସ ମଧ୍ୟରେ ବଦଳିଯାଇଛି ବେଳାଭୂମିର ଦୃଶ୍ୟ ।