ଓଡିଶା

odisha

ETV Bharat / videos

ଜମି ନେଇଗଲେ ଅଣଓଡିଆ: ସୁର - କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

By

Published : Jan 1, 2021, 5:21 PM IST

ଭୁବନେଶ୍ବର: ରାଜ୍ୟ ସରକାର ଶାଗମାଛ ଦରରେ ଜମି ବିକୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିକୁ ୫ ହଜାର କୋଟିରେ ବିକ୍ରି କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି । ଏହି ଦୁର୍ନୀତିକୁ ସିବିଆଇ ଦ୍ବାରା ତଦନ୍ତ କରାଯାଉ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୂଲ୍ୟବାନ ଜମିକୁ ଇଡ୍‌କୋ ଜରିଆରେ ରାଜ୍ୟ ସରକାର ବିକ୍ରି କରୁଛନ୍ତି। ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାକୁ ସେ ଦୃଢ଼ ଦାବି କରିଛନ୍ତି । ଜଟଣୀ ମ୍ୟୁନିସିପାଲିଟି ଓ ତାର ପାର୍ଶ୍ଵବର୍ତ୍ତୀ ୧୩ ଟି ଗ୍ରାମର ସମସ୍ତ ସମ୍ପତ୍ତିକୁ ୨୦୧୨ରେ ହଠାତ ଜଣେ ସେଟଲମେଟ ଅଫିସର ଆସି ଶ୍ରୀ ଜଗନ୍ନାଥ ନାମରେ ନାମିତ କରିଛନ୍ତି ।

ABOUT THE AUTHOR

...view details