‘ଅହଂକାର ଛାଡି ଚାଷୀ ସମସ୍ୟାର ସମାଧାନ କରନ୍ତୁ ସରକାର’
ଭୁବନେଶ୍ବର: କୃଷକଙ୍କ ପାଇଁ ଆଗକୁ ଆସିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ସମସ୍ୟାର ସମାଧାନ କରୁନଥିବା ଦର୍ଶାଇ କଲା ଟାର୍ଗେଟ । କୃଷି ଓ କୃଷକଙ୍କ ପାଇଁ କେନ୍ଦ୍ର ସରକାର ଦୁଃଖ ଡାକି ନ ଆଣନ୍ତୁ। ଅହଂକାର ଛାଡି ଚାଷୀ ସମସ୍ୟାର ସମାଧାନ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ସେହିପରି ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କଲା କଂଗ୍ରେସ। ଓଡିଶା ସରକାର ତୁରନ୍ତ ଆଗାମୀ ବିଧାନସଭାରେ ଚାଷୀ ଓ ଚାଷର ସ୍ବାର୍ଥରେ ଏକ ନୂଆ ଆଇନ ଆଣିବାକୁ ଦାବି କଲା ଦଳ । ପଞ୍ଜାବ କେରଳ ଓ ରାଜସ୍ଥାନ ଢାଞ୍ଚାରେ ସ୍ବତନ୍ତ୍ର ଆଇନ ଆଣିବାକୁ କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।