ଓଡିଶା

odisha

ETV Bharat / videos

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ନେଇ ଯୋଗୀ-ମୋଦିଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ - priyanka gandhi arrest demand

By

Published : Oct 6, 2021, 7:44 AM IST

କଟକ: ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ନେଇ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଉତ୍ତରପ୍ରଦେଶ ଲଖୀମପୁର ଠାରେ ଅନ୍ଦୋଳନରତ ଚାଷୀଙ୍କୁ ଗାଡି ଚଢେଇ ମାରିବା ଘଟଣାରେ ମୃତ ଚାଷୀ ପରିବାରକୁ ସମବେଦନା ଜଣେଇବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଯାଉଥିବାବେଳେ ତାଙ୍କୁ ଯେପରି ଭାବରେ ଯୋଗୀ ଆଦିତ୍ୟନାଥ ସରକାର ଗିରଫ କରିଛି ତା'ର ପ୍ରତିବାଦରେ ଗର୍ଜିଲା କଟକ ଯୁବ କଂଗ୍ରେସ । ଦଳର ଯୁବ ସଭାପତିଙ୍କ ନେତୃତ୍ବରେ ଜଗତ ଗୋଲେଇ ଛକ, ଗାନ୍ଧୀ ସ୍ବରାଜ ଆଶ୍ରମ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details