ଓଡିଶା

odisha

ETV Bharat / videos

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ - biju patnaik 105th birth anniversary

By

Published : Mar 5, 2021, 12:39 PM IST

ଭୁବନେଶ୍ବର: ଆଜି(ଶୁକ୍ରବାର) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ବରର ଫରେଷ୍ଟ ପାର୍କ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବିଜୁ ପଟ୍ଟନାୟକ ଜନ୍ମଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ଏନେଇ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସକାଳ ୬ ଟାରେ ବିଜୁ ଜୟନ୍ତୀ ଅବସରରେ କଟକ ଆନନ୍ଦଭବନରୁ ଏକ ସାଇକେଲ ରାଲି ବାହାରି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଆସିଥିଲେ। ଆଜିଠାରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପର୍ଯ୍ୟନ୍ତ,ସାରା ରାଜ୍ୟରେ ବିଭିନ୍ନ ବ୍ଲକ, ପଞ୍ଚାୟତରେ ବିଜେଡି ସ୍ବେଚ୍ଛାସେବୀ ସଙ୍ଗଠନମାନଙ୍କ ଦ୍ବାରା ରକ୍ତଦାନ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ । ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details