ଓଡିଶା

odisha

By

Published : Dec 7, 2019, 5:22 AM IST

ETV Bharat / videos

ନିଆରା ପାରମ୍ପରିକ ଚୂଡାଖାଇ ଡଙ୍ଗର ଯାତ୍ରା

ବୌଦ୍ଧ: ବିଚିତ୍ର ଓ ଭିନ୍ନ ଏକ ପାରମ୍ପରିକ ଯାତ୍ରା ହେଲା ଡଙ୍ଗର ଯାତ୍ରା । ଯାହା ବୌଦ୍ଧ ଜିଲ୍ଲାକୁ ଦେଇଛି ସ୍ବତନ୍ତ୍ର ପରିଚୟ । ପାଞ୍ଚଟି ଜମିଦାରୀକୁ ନେଇ ଗଠିତ ପଞ୍ଚରାରେ ହୋଇଥାଏ ବର୍ଷର ସବୁଠାରୁ ବଡ ପର୍ବ ଚୂଡାଖାଇ ଡଙ୍ଗର ଯାତ୍ରା । ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଋଷିବନ୍ଧର ମାହେଶ୍ବରୀ ଓ ଖମ୍ବେଶ୍ବରୀଙ୍କ ପବିତ୍ର ପୀଠ ରହିଛି । ଯେଉଁଠି ମତ୍ସ୍ୟ, ମଦ,ମୈଥୁନ ଆଦି ପଞ୍ଚମ କାରର ପବିତ୍ର ମିଳନ ଘଟିଛି ଏହି ଦେବୀ ପୀଠରେ । ମାର୍ଗଶୀର ମାସର ଶେଷ ଗୁରୁବାର ଓ ଶୁକ୍ରବାର ଏହି ନିଆରା ଯାତ୍ରା ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଛି । ନୂତନ ଧାନରୁ ପ୍ରସ୍ତୁତ ଚୂଡାକୁ ସର୍ବପ୍ରଥମେ ମାହେଶ୍ବରୀ ଓ ଖମ୍ବେଶ୍ବରୀଙ୍କୁ ଅର୍ପଣର ପରମ୍ପରା ରହିଛି । ଗୁରୁବାର ଦୁଇ ଦେବୀଙ୍କ ପାଟଛତ୍ରକୁ ଯାତ୍ରା ଡଙ୍ଗରକୁ ବିଜେ କରାଯାଇଥାଏ । ଏହାପରେ ଶୁକ୍ରବାର ଚୂଡାଖାଇ ଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଯାତ୍ରାର ବିଶେଷତ୍ଵ ହେଲା ଏଠାରେ ପୂଜାର୍ଚ୍ଛନାରେ ଅଶ୍ଳୀଳ ବାକ୍ୟ ଉଚ୍ଚାରଣ କରାଯାଏ । ଉଭୟ ମହିଳା ଓ ପୁରୁଷ ଏହି ଅଶ୍ଳୀଳ ବୋଲି ଗାନ ସହିତ ମଦ ଓ ଛେଦକୁ ପ୍ରସାଦ ସ୍ବରୂପ ଗ୍ରହଣ କରିଥାନ୍ତି ।

ABOUT THE AUTHOR

...view details