ନାହିଁ ପୂର୍ବ ଉତ୍ସାହ, ଖାଁ ଖାଁ ଚର୍ଚ୍ଚ: କୋରୋନା ପାଇଁ ଫିକା ପଡିବ କି ବଡଦିନ ସେଲିବ୍ରେସନ୍ ?
କଟକ: ଆଉ ଦିନ କେଇଟାର ଅପେକ୍ଷା । ଧରାବତରଣ କରିବେ ପରମ କରୁଣାମୟ ପ୍ରଭୁ ଯୀଶୁ । କିନ୍ତୁ କୋରୋନା କଟକଣା ଯୋଗୁ ଅନ୍ୟ ଉତ୍ସବଗୁଡ଼ିକ ଭଳି ବଡ଼ଦିନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି । ପ୍ରତିବର୍ଷ କଟକ ସହରର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ଖ୍ରୀଷ୍ଟମାସର ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ କିନ୍ତୁ ସେଭଳି କୌଣସି ବ୍ୟବସ୍ଥା ହୋଇନାହିଁ । ଧର୍ମାନୁଷ୍ଠାନ ଗୁଡ଼ିକରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଚର୍ଚ୍ଚଗୁଡିକ ଖାଁ ଖାଁ । କେଉଁଠି ମୁଖ୍ୟଫାଟକରେ ତାଲା ପଡ଼ିଥିବା ବେଳେ କେଉଁଠି ପ୍ରାର୍ଥନା ଗୃହ ମଧ୍ୟ ବନ୍ଦ ରହିଛି ।