ଓଡିଶା

odisha

ETV Bharat / videos

ଶ୍ରୀମନ୍ଦିରରେ ଚିତାଲାଗି ନୀତି, ଜାଣନ୍ତୁ ଏହାର ମହାତ୍ମ୍ୟ

By

Published : Aug 8, 2021, 3:41 PM IST

ପୁରୀ: ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ବ୍ରହ୍ମଜ୍ୟୋତି ହୀରା ଚିତା । ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ମସ୍ତକରୁ ଚିତା କଢା ଯାଇଥାଏ । ଯାହାକୁ ଆଜି ପୁଣି ଲାଗି କରାଯାଏ । ଏଣୁ ଆଜି ଦିନକୁ ଚିତାଲାଗି ଅମାବାସ୍ୟା କୁହାଯାଏ । ମହାପ୍ରଭୁଙ୍କୁ ହୀରା, ବଳଭଦ୍ରଙ୍କୁ ଲୀଳା ଓ ମାଆ ସୁଭଦ୍ରାଙ୍କ ଠାରେ ମାଣିକ୍ୟ ଚିତା ଲାଗି ହୋଇଥାଏ । ଆଜି ଦିନରେ ପ୍ରତ୍ୟେକ ଓଡିଆ ଘରେ ଚିତ୍ତଉ ପିଠା କରାଯାଇ ପୋଖରୀ ଗାଡିଆରେ ଗେଣ୍ଡା, ମାଛକୁ ଦିଆଯାଇଥାଏ । ତେବେ କ'ଣ ରହିଛି ଏହି ପବିତ୍ର ଚିତାଲାଗି ଅମାବାସ୍ୟାର ମହାତ୍ମ୍ୟ ଏବଂ ଏହା କିପରି ଶ୍ରୀମନ୍ଦିରରେ ପାଳିତ ହୁଏ ସେ ସମ୍ପର୍କରେ ଶୁଣନ୍ତୁ ଶ୍ରୀମନ୍ଦିରର ବରିଷ୍ଠ ଚୂନରା ସେବକଙ୍କ ମୁହଁରୁ ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details