ଓଡିଶା

odisha

ETV Bharat / videos

କନିଆଁ ଝିକାକୁ ରୋକୁଛି ‘ଅଦ୍ବିକା’ - cwc

By

Published : Feb 25, 2021, 9:01 PM IST

ରାୟଗଡ଼ା: ବାଲ୍ୟ ବିବାହ ରୋକୁଛି ‘ଅଦ୍ବିକା’ । ରାୟଗଡା ଜିଲ୍ଲାର ୫୫୯ ଖଣ୍ଡ ଗାଁ ଏବେ ବାଲ୍ୟବିବାହରୁ ମୁକ୍ତ ଘୋଷଣା ହୋଇଛି । ଦିନ ଥିଲା ବାଲ୍ୟ ବିବାହ କ୍ଷେତ୍ରରେ ରାଜ୍ୟରେ ୫ମ ସ୍ଥାନରେ ଥିଲା ରାୟଗଡା । ଆଉ ଏବେ ଜିଲ୍ଲାରେ ବାଲ୍ୟ ବିବାହ ରୋକୁଛି ସରକାରଙ୍କ ସ୍ବତନ୍ତ୍ର ଯୋଜନା ‘ଅଦ୍ବିକା’ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ଗାଁ ଓ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆରମ୍ଭ ହୋଇଛି ପଦକ୍ଷେପ । ଅଙ୍ଗନବାଡ଼ି ସ୍ତରରେ କିଶୋରୀ ମଣ୍ଡଳ ଗଠନ କରି ପ୍ରତି ଶନିବାର ୧୧ରୁ ୧୯ ବର୍ଷର ଝିଅଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ସହ ବାଲ୍ୟ ବିବାହର କୁପରିଣତି ସଂପର୍କରେ ଅବଗତ କରାଯାଉଛି। ଫଳରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୫୫୯ ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଛି। ୨୦୨୧ ଜାନୁଆରୀରୁ ଆରମ୍ଭ ହୋଇଥିବା ଅଦ୍ବିକା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଗାଁର ଗ୍ରାମବାସୀ, ସରପଞ୍ଚ, ୱାର୍ଡ ମେମ୍ବର, ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା ଗାଁକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଶପଥ ନେଇଛନ୍ତି।

ABOUT THE AUTHOR

...view details