ଆଦିବାସୀ ସଂସ୍କୃତିକୁ ପରିଚିତ କରିବାର ସଂକଳ୍ପବଦ୍ଧତା, ଚିଦାତ୍ମିକାଙ୍କୁ କରିଛି ସ୍ବୟଂସିଦ୍ଧା - women's Day
ଭୁବନେଶ୍ବର: ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ବିଶ୍ବଦରବାରରେ ମିଳିଛି ସ୍ବତନ୍ତ୍ର ପରିଚୟ । କଳା, ସଂସ୍କୃତି ପରମ୍ପରା ସହ ରାଜ୍ୟରେ ଥିବା 62ଟି ଜନଜାତି ଏହାର ଶୋଭାକୁ ଆହୁରି ବିମଣ୍ଡିତ କରନ୍ତି । ସେମାନେ ଯେତିକି ସରଳ ତାଙ୍କର କଥାବାର୍ତ୍ତା, ବେଶ ପୋଷାକ ସେତିକି ନିଆରା । ଆଉ ଏହି ନିଆରା ଆଦିବାସୀଙ୍କୁ ସାରା ବିଶ୍ବରେ ପରିଚିତ କରାଇବାକୁ ଜୀବନର ଲକ୍ଷ୍ୟ ଭାବେ ବାଛି ନେଇଛନ୍ତି ଭୁବନେଶ୍ବରର ଚିଦାତ୍ମିକା ଖଟୁଆ ।