ଓଡିଶା

odisha

By

Published : Oct 4, 2021, 7:38 AM IST

ETV Bharat / videos

ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଲେ 2 ଜଣ

ସୁନ୍ଦରଗଡ: ଚଳନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ରେଳବାଇ ଷ୍ଟେସନ ଛକରେ । କାରଟି ଝାଡଖଣ୍ଡ ରାଜ୍ୟର ହୋଇଥିବା ବେଳେ କୌଣସି କାର୍ଯ୍ୟରେ ରାଉରକେଲା ଆସିଥିଲା । ତେବେ ରାଉରକେଲାରୁ ପୁଣି ଝାଡଖଣ୍ଡ ରାଜ୍ୟକୁ ଫେରୁଥିବା ସମୟରେ ବୀରମିତ୍ରପୁର ରେଳ ଷ୍ଟେସନ ଛକରେ ହଠାତ କାରଟିରେ ନିଆଁ ଲାଗିଯାଇଥିଲା । ଫଳରେ କାର ଚାଳକ ଓ ଯାତ୍ରୀ ଜୀବନ ବଞ୍ଚାଇ କାରରୁ ବାହାରକୁ ଚାଲିଆସିଥିଲେ । ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details