ଓଡିଶା

odisha

ETV Bharat / videos

ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଆସନ ପାଇଁ ଜମୁଛି ପ୍ରଚାର - ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଆସନ ପାଇଁ ଜମୁଛି ପ୍ରଚାର

By

Published : Feb 6, 2022, 3:19 PM IST

ଝାରସୁଗୁଡ଼ା: ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରସୋର କସରତ। ଝାରସୁଗୁଡ଼ାରେ ସମସ୍ତ ଦଳୀୟ ପ୍ରାର୍ଥୀମାନେ ଭୋଟ ପ୍ରଚାରରେ ଲାଗି ପଡ଼ିଛନ୍ତି। ଝାରସୁଗୁଡ଼ାର 1 ନମ୍ବର ଜୋନର ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ବିଜେପିର ଜୋରସୋର ପ୍ରଚାର ଆରମ୍ଭ ହୋଇଛି। ନିଜ ଦଳ ସମର୍ଥକଙ୍କ ସହ ମିଶି ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ପୂର୍ବରୁ କଂଗ୍ରେସ ୮ଟି ଜିଲ୍ଲା ପରିଷଦ ଆସନ ହାତେଇଥିଲା। ଏହାରି ଭିତରେ ବିଜେପି ଖାତାକୁ କେବଳ ଗୋଟିଏ ଆସନ ଯାଇଥିଲା । ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହେଉଛି ପ୍ରଚାର ମୈଦାନ। ଏଥସହ ନିଜ ପ୍ରତିଶୃତିରେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଲାଗିପଡ଼ଛନ୍ତି ସମସ୍ତ ରାଜନୈତିକ ଦଳ। ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details