ଓଡିଶା

odisha

By

Published : Mar 6, 2021, 7:35 PM IST

ETV Bharat / videos

ସୀମା ବିବାଦ ଦ୍ବନ୍ଦ୍ବରେ ଛତିଶଗଡ ସୀମାନ୍ତ ଝାରଗାଁ, ଗୃହରେ ମନ୍ତ୍ରୀଙ୍କ ଉତ୍ତର ବଢାଇଲା ଚିନ୍ତା

ଝାରସୁଗୁଡା: ପଡୋଶୀ ରାଜ୍ୟ ସହିତ ସୀମା ବିବାଦକୁ ନେଇ ଦ୍ଵନ୍ଦ୍ବରେ ରାଜ୍ୟ ସରକାର । ବିଧାନସଭାରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉତ୍ତର ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କଲାଣି । କୋଟିଆ ବିବାଦ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ବେଳେ ଅନ୍ୟପଟେ ବିଧାନସଭାରେ ସରକାରଙ୍କ ତରଫରୁ ଦିଆଯାଉଥିବା ଉତ୍ତର, ସୀମା ନେଇ ସରକାର କେତେ ଗମ୍ଭୀର ତାକୁ ପଦାରେ ପକାଇଛି । ତେବେ ଝାରସୁଗୁଡାରେ ସୀମା ବିବାଦକୁ ନେଇ ଇଟିଭି ଭାରତ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବିବାଦୀୟ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏନେଇ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ କହିଛନ୍ତି ।

ABOUT THE AUTHOR

...view details