ଓଡିଶା

odisha

ETV Bharat / videos

ନବୀନଙ୍କ ପ୍ରଶଂସାରେ ଶତମୁଖ ବଲିଉଡ କଣ୍ଠଶିଳ୍ପୀ ଉଦିତ ନାରାୟଣ - ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଉଦିତ ନାରାୟଣ

By

Published : Dec 28, 2021, 6:42 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଉଦିତ୍ ନାରାୟଣ । ନବୀନଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀକୁ ନେଇ ପ୍ରସ୍ତୁତ ଗୀତକୁ ଗାଇଛନ୍ତି ଉଦିତ । ଏହି ସମୟରେ ସେ ନବୀନଙ୍କ ପ୍ରଶଂସାରେ ସେ ଶତମୁଖ ହୋଇଛନ୍ତି । ନବୀନଙ୍କୁ ଦେଶର ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ସମ୍ପର୍କିତ ଗୀତ ଗାଉଥିବାରୁ ସେ ନିଜକୁ ସୌଭାଗ୍ୟ ମନେ କରିଛନ୍ତି । ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ସାରା ବିଶ୍ୱରେ ନବୀନଙ୍କ ପ୍ରଶଂସକ ଅଛନ୍ତି ବୋଲି ଉଦିତ୍ ନାରାୟଣ କହିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ଏହି ମ୍ୟୁଜିକ ଭିଡିଓ । ବିଶିଷ୍ଟ ଗୀତିକାର ତପୁ ନାୟକଙ୍କ ଏହି ଗୀତକୁ ମ୍ୟୁଜିକରେ ସଜାଇଛନ୍ତି ହାର୍ଟ ବ୍ରେକ ସେନ୍‌ସେସନ୍‌ କମ୍ପୋଜର ଜାପାନୀ ଭାଇ । ଭିଡିଓଟି ଆସନ୍ତାବର୍ଷ ରିଲିଜ ହେବ । ଏହି ଭିଡିଓରେ ବହୁ ରାଜନେତା ଓ ସିନେ ତାରକାଙ୍କୁ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details