ବିଜେପି କରିବ ଭର୍ଚୁଆଲ ରାଲି, ଅମିତ ଶାହା ଦେବେ ଆତ୍ମନିର୍ଭରଶୀଳ ଭାରତ ବାର୍ତ୍ତା - ବିଜେପି
ଭୁବନେଶ୍ବର: ମୋଦି ସରକାର ନିଜର ଦ୍ବିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରିବାକୁ ଯାଉଛି। କୋରୋନା ସଂକଟ ସମୟରେ ଭାରତୀୟ ଜନତା ପାର୍ଟି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏକ ବର୍ଷ ପୂର୍ତ୍ତି ଅବସରରେ ବିଜେପି ୧୦୦୦ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରିବ। ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।