ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବାହାରିଲା ବିଜେପି - bjp looking for cm
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବାହାରିଲେ ବିଜେପି ନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟସାରା ଭ୍ରମଣ କରୁଥିବା ବେଳେ କାହିଁକି ବିଧାନସଭା ଆସୁନାହାନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି। ସେପଟେ ବିଜେପି ବିଧାୟକଙ୍କ ପଛେପଛେ ବିଜେଡି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ମୁହାଁଇଛନ୍ତି । ଏହାକୁ ନେଇ ବିଜେପି ନେତାଙ୍କ ପ୍ରତିକ୍ରିୟା ନେଇଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତପନ କୁମାର ଦାସ ।