PMAY ଲୋଗୋ ଛୋଟାଇବା ଘଟଣା: ବିଜେଡି ପାଖରେ ଉତ୍ତର ନାହିଁ, ବୁଲାଇଲେ କଥା - pmay scheme
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ରାଣ୍ଡିଂ ନେଇ ବ୍ୟାକଫୁଟରେ ସରକାର। ବିଜେଡି ପାଖରେ ନାହିଁ ଉତ୍ତର । ଏନେଇ ଦଳ ସିଧାସଳଖ ଉତ୍ତର ନରଖି ବଙ୍କେଇ ରଖିଛି। ଯେଉଁଭଳି ଭାବରେ ବିଜେପି ଏହି ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇଛି ତାକୁ ନେଇ ସରକାର ବାଧ୍ୟ ହୋଇ ଲୋଗୋ ବଦଳାଇଛନ୍ତି। ପୁଣି ସବୁଆଡେ ନୂଆ ଲୋଗୋ ଥିବା ଷ୍ଟିକର ଲାଗିବ। ଏବାବଦରେ କୋଟି କୋଟି ଟଙ୍କା ପାଣିରେ ପଡିଲା। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୃଥ୍ବୀରାଜ ହରିଚନ୍ଦନଙ୍କ ପାଖରେ ତଥ୍ୟ କି ସତ୍ୟତା ନଥିବା ଲାଗୁଛି। ବୋଧେ ତାଙ୍କ ପାଖରେ ଖବର ନାହିଁ ଯେ ବିଜେଡି ନେତୃତ୍ବରେ ସରକାର ଯେଉଁ ଘର ତିଆରି ହୋଇଛି । ସେଥିପାଇଁ କେନ୍ଦ୍ର ସରକାର ବେଷ୍ଟ ପର୍ଫମିଙ୍ଗ କାଟାଗୋରୀରେ ଆଓ୍ବାର୍ଡ ଦେଇଛନ୍ତି ।