ପାରାଦୀପ ବନ୍ଦରକୁ ବିଜୁ ବାବୁଙ୍କ ନାଁରେ ନାମିତ କରିବାକୁ ଅନୁଭବଙ୍କ ଦାବି - paradip port
ଭୁବନେଶ୍ବର: ଓଡିଶାର ପ୍ରମୁଖ ବନ୍ଦର ପାରାଦୀପକୁ ପ୍ରବାଦ ପୁରଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିବାକୁ ନେଇ ସ୍ବର ଉଠିବାରେ ଲାଗିଛି । ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ଏବେ ସାଂସଦ ଅନୁଭବ ମହାନ୍ତି ମଧ୍ୟ ଲୋକସଭାରେ ସମାଦ ଦାବି ଉପସ୍ଥାପନ କରିଛନ୍ତି । ସାଂସଦ ଅନୁଭବ କହିଛନ୍ତି, ପାରଦୀପ ବନ୍ଦରକୁ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ନାଁରେ ନାରେ ନାମିତ କରାଯାଉ । ଏହା ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମହାନ୍ତି କହିଛନ୍ତି ।