ଓଡିଶା

odisha

ETV Bharat / videos

ବିଜେଡି 33 ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ: ସ୍ନେହାଙ୍ଗିନୀ ଛୁରିଆ - MLA Snehangini Chhuria

By

Published : Feb 20, 2021, 9:46 PM IST

ଭୁବନେଶ୍ବର: ଇଟିଭି ଭାରତ ଡିଜିଟାଲ ଡାଇଲଗ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ତଥା ଅତାବିରା ବିଧାୟିକା ସ୍ନେହଙ୍ଗିନୀ ଛୁରିଆ। ରାଜନିତୀରେ ମହିଳାଙ୍କ ନ୍ୟାର୍ଯ୍ୟ ଭାଗିଦାରୀ ନେଇ ରଖିଲେ ମନ୍ତବ୍ୟ । ରାଜନିତୀରେ ମହିଳା ମାନେ ଉତ୍କର୍ଷ ପ୍ରତିପାଦନ କରିପାରିବେ। ସେଥିପାଇଁ ମହିଳା ମାନଙ୍କୁ ଆଗକୁ ଆସିବାକୁ ପଡିବ। କଠିନ ପରିଶ୍ରମକରିବାକୁ ହେବ, ଲୋକ ସମ୍ପର୍କ ରଖିବାକୁ ପଡିବ। 2024 ବିଧାନସଭା ନିର୍ବାଚନରେ ମହିଳାଙ୍କୁ ବିଜେଡି 33 ପ୍ରତିଶତ ସଂରକ୍ଷଣ ଦେବ ବୋଲି ଆଶାବାଦୀ ଅଛନ୍ତି ସ୍ନେହାଙ୍ଗିନୀ । ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ଗଣତାନ୍ତ୍ରିକ ଓ ନ୍ୟାୟିକ ପ୍ରକ୍ରିୟାରେ ସରକାର ସମାଧାନ କରିବେ ବୋଲି ମତ ରଖିଛନ୍ତି ଛୁରିଆ । ଏହାସହ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଚେଷ୍ଟିତ ଓ ପଶ୍ଚିମ ଓଡିଶାରେ ମଣ୍ଡି ଅବ୍ୟବସ୍ଥାକୁ ସ୍ବୀକାର କରିନାହାନ୍ତି ଛୁରିଆ। ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ ଇଟିଭି ଭାରତ

ABOUT THE AUTHOR

...view details