ଓଡିଶା

odisha

ETV Bharat / videos

ନିଖୋଜ ବିର୍ଜୁ କୁଲୁ ତାଳଚେରରୁ ଠାବ - ସୁନ୍ଦରଗଡ ଏସ .ପି. ସାଗରିକା ନାଥ

By

Published : Jan 5, 2021, 4:31 PM IST

ସୁନ୍ଦରଗଡ: ନିଖୋଜ ବିର୍ଜୁ କୁଲୁ ତାଳଚେର ରେଳ ଷ୍ଟେସନରୁ ଠାବ ହୋଇଛନ୍ତି । ଏନେଇ ସୁନ୍ଦରଗଡ ଏସ .ପି. ସାଗରିକା ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିର୍ଜୁକୁ ସୁନ୍ଦରଗଡ ଆଣିବା ପାଇଁ କୁତ୍ରା ପୋଲିସ ତାଳଚେର ଯାଉଥିବା କଥା ସେ କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ବିର୍ଜୁ ଘରୁ ଗଲା ସେ ନେଇ ତଦନ୍ତ ଜାରି ରହିଥିବା କଥା ସେ କହିଛନ୍ତି। ବିର୍ଜୁ ଆସିବା ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ ଦର୍ଶାଇଛନ୍ତି। ସୂଚନାଥାଉକି, ଶନିବାର ରାତିରେ ପାକିସ୍ତାନ ଫେରନ୍ତା ବିର୍ଜୁ ସୁନ୍ଦରଗଡ କୁତ୍ରା ବ୍ଲକ ଜଙ୍ଗରପଡାର ନିଜ ଘରୁ କେଉଁ ଆଡେ ଚାଲିଯାଇଥିଲା । ଯାହାକୁ ନେଇ ପରିବାରଠୁ ଆରମ୍ଭ କରି ପୋଲିସ ପ୍ରଶାସନର ଚିନ୍ତା ବଢିଯାଇଥିଲା । ତେବେ ଆଜି ତାକୁ ତାଳଚେରରୁ ଉଦ୍ଧାର କରାଯାଇଛି ।

ABOUT THE AUTHOR

...view details