ଓଡିଶା

odisha

By

Published : Oct 1, 2020, 7:18 PM IST

ETV Bharat / videos

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା, ପୁଣି ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ସମନ

ଭୁବନେଶ୍ବର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା । ଆସନ୍ତା 5 ତାରିଖରେ ପୁଣି ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ଦିଆଗଲା ନୋଟିସ । ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ହୋଇଥିଲା ନୋଟିସ । ହେଲେ ବିନା ପିଟିସନ ଓ ବିନା ଆପ୍ଲିକେସନରେ ହାଜର ହୋଇଥିଲେ ଏମଡିଙ୍କ ଲୋକସମ୍ପର୍କ ଅଧିକାରୀ । ଏନେଇ ମହିଳା କମିଶନ ପୁନର୍ବାର ଆସନ୍ତା 5 ତାରିଖକୁ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି । ପ୍ରକାଶ ଥାଉ କି, ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡି ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ ରହିଥିଲା । କିନ୍ତୁ ଏମଡି ନିଜେ ହାଜର ନହୋଇ ଗଣମାଧ୍ୟମ ସଂସ୍ଥାର ଲୋକ ସମ୍ପର୍କ ଅଧିକାରୀଙ୍କୁ ହାଜର କରିଥିଲେ । ତେବେ ଏନେଇ କୌଣସି ଲିଖିତ ଆକାରରେ ଲୋକ ସମ୍ପର୍କ ଅଧିକାରୀ ହାଜର ହେବେ ବୋଲି କୌଣସି ଚିଠି ନଥିଲା । ଏପିରିକି ଖୋଦ୍ ଏମଡି ମଧ୍ୟ ମହିଳା କମିଶନଙ୍କ ନିକଟରେ ହାଜର ନହେବା ନେଇ କୌଣସି ଚିଠି ଲେଖିନଥିଲେ । ଏନେଇ ଗାଇଡ଼ଲାଇନ ଅନୁସାରେ ସମସ୍ତ ପ୍ରକାରର ଆଇନ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ।

ABOUT THE AUTHOR

...view details