ଓଡିଶା

odisha

By

Published : Jun 6, 2020, 5:32 PM IST

ETV Bharat / videos

ଭଦ୍ରକ ସଟଡାଉନକୁ ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା

ଭଦ୍ରକ: କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଭଦ୍ରକ ଜିଲ୍ଲାରେ ଜାରି ହୋଇଛି ସଟଡାଉନ । ନୂତନ ଭାବେ ଏହି 2ଦିନିଆ ସଟଡାଉନ କଟକଣା ଆଜି (ଶନିବାର) ପ୍ରଥମ କରି ପାଳନ କରାଯାଉଛି । ସଟଡାଉନ ଯୋଗୁଁ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇ ପଡ଼ିଥିବା ବେଳେ, ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ, ସହରରେ ମୋବାଇଲ ଭ୍ୟାନକୁ ନିୟୋଜିତ କରାଯାଇଛି । ତେବେ ବର୍ତ୍ତମାନ ଜାରି ହୋଇଥିବା ସଟଡାଉନ ସମୟରେ ପୁଲିସ ପକ୍ଷରୁ କିପରି ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ନେଇ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ସମ୍ବାଦଦାତା । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details