ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦୀପ ଜାଳିଲେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା - ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୀପ ଜାଳିଲେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା
ଭଦ୍ରକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପ୍ରାର୍ଥନା କରି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଲୋକନାଥ ମନ୍ଦିରରେ ସମୂହ ଦୀପ ଦାନ କରିଛନ୍ତି । ପଞ୍ଜାବ ଫିରୋଜପୁରରେ ଏକ ମେଗା ରାଲିକୁ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯାଉଥିବା ବେଳେ 30 କିଲୋମିଟର ପୂର୍ବରୁ ଏକ ଫ୍ଲାଏଓଭରକୁ ଆନ୍ଦୋଳନ ଆଳରେ ଅବରୋଧ କରିଥିଲେ କିଛି ଚାଷୀ । ଫଳରେ ମୋଦିଙ୍କ କାରକେଡ 20 ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲା। ଯାହାକି ପାକିସ୍ତାନ ସୀମା ଠାରୁ ମାତ୍ର 10 କିମି ଦୂରରେ ଥିଲା । ଶେଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ବାତିଲ କରି ଫେରି ଆସିଥିଲେ ପିଏମ। ଏହା ପଞ୍ଜାବ କଂଗ୍ରେସ ସରକାରର ଏକ ବିଧିବଦ୍ଧ ଷଡଯନ୍ତ୍ର ବୋଲି ଅଭିଯୋଗ କରିବା ସହ କଂଗ୍ରେସ ସରକାରକୁ ବରଖାସ୍ତ କରିବା ପାଇଁ ଦାବି କରିଛି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା। ଭଦ୍ରକରୁ ଦେବାଶିଷ ମାହାପାତ୍ର, ଇଟିଭି ଭାରତ