ଓଡିଶା

odisha

ETV Bharat / videos

ବିକାଶ ନାଁରେ ବିନାଶମୁହାଁ ଭାତହାଣ୍ଡି, ନିଦ୍ରାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ - ଓଡିଶାର ଭାତହାଣ୍ଡି ପ୍ରଦୂଷିତ

By

Published : Sep 27, 2020, 10:55 PM IST

ବରଗଡ: ମଣିଷ ନିଜର ପ୍ରତିଟି ଆବଶ୍ୟକତା ପୂରଣ ପାଇଁ ଗଢି ଚାଲିଛି ଲକ୍ଷ ଲକ୍ଷ କଳକାରଖାନା, ପ୍ଲାଣ୍ଟ ଓ ଫ୍ୟାକ୍ଟ୍ରି । ଏହା ମଣିଷର ଆବଶ୍ୟକତା ପୂରଣ କରୁଛି ସତ, ହେଲେ ଏଥିପାଇଁ ମଣିଷର କେତେ ଯେ କ୍ଷତି ହେଉଛି ତାହା ମଣିଷ ନିଜେ ଆକଳନ ମଧ୍ୟ କରିବାକୁ ଅସମର୍ଥ ହୋଇପଡିଛି ଆଜି । ଦିନେ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କହୁଥିବା ମଣିଷ ଆଜି ଭୁଲିଗଲାଣି ସୁସ୍ଥ ରହିବାର କାରଣ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳମାନଙ୍କରେ ଜୀବନ ଶୈଳୀ ଓ ଦୂଷିତ ବାତାବରଣ ପାଇଁ ଆଜି ମଣିଷ ଘୋର ସମସ୍ୟା ଘେରରେ ରହିଛି । ବରଗଡ ଜିଲ୍ଲାକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାବେଳେ ପ୍ରଚୁର ଚାଷକାମ ପାଇଁ ଏଠାରେ ବହୁ ସଂଖ୍ୟାରେ କଳକାରଖାନା ଗଢି ଉଠିଛି । ନିର୍ଗତ କଳଧୂଆଁର କଳାବାଦଲ ପୂରା ଜିଲ୍ଲାକୁ କବଜା କରିଥିବାବେଳେ, ଜଳଚରଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ମଣିଷ ସମସ୍ତଙ୍କ ଜୀବନନାଶକ ସାଜିଛି ଏଥିରୁ ବାହାରୁଥିବା ଦୂଷିତ ଜଳ । ଏପରିକି ପ୍ରଦୂଷଣର ଆସ୍ତରଣରେ ଜଳର ରଙ୍ଗ ବି ବଦଳି ଯାଉଛି ।

ABOUT THE AUTHOR

...view details