ଓଡିଶା

odisha

ETV Bharat / videos

ଖୋର୍ଦ୍ଧାରେ ଗାନ ହେଲା ‘ବନ୍ଦେ ଉତ୍କଳ ଜନନୀ ଗାନ’ - ଖୋର୍ଦ୍ଧାରେ ଗାନ ହେଲା ‘ବନ୍ଦେ ଉତ୍କଳ ଜନନୀ ଗାନ’

By

Published : May 30, 2020, 11:15 PM IST

ଖୋର୍ଦ୍ଧା: କୋରୋନା ଯୋଦ୍ଧା ତ୍ଯାଗ ନିଷ୍ଠାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ପରିସରରେ ଜିଲ୍ଲା ସ୍ତରୀୟ ‘ବନ୍ଦେ ଉତ୍କଳ ଜନନୀ’ ଗାନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଶିତାଂଶୁ ରାଉତ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ବିଧାୟକ ଜ୍ଯୋତିରେନ୍ଦ୍ର ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳାଇ, ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଖୋର୍ଦ୍ଧା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ, ଅତିରିକ୍ତ ଏସପି କେ.ପି. ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡି, ଶିକ୍ଷକ, ସରକାରୀ କର୍ମଚାରୀ, ପୌର ସଫେଇ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ ।

ABOUT THE AUTHOR

...view details