ବୈତରଣୀ ବନ୍ୟା ଘେରରେ ଗମ୍ଭାରିଆ ଗାଁ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ...
ଯାଜପୁର: ବୈତରଣୀରେ ବନ୍ୟା ଆସିବା ଫଳରେ କୋରେଇ ବ୍ଲକ୍ ବନ୍ଦାଳ ପଞ୍ଚାୟତର ଗମ୍ଭାରିଆ ଗାଁ ପାଣି ଘେରରେ। ନଦୀର ଜଳସ୍ତର କିଛିଟା ହ୍ରାସ ପାଇଥିଲେ ମଧ୍ୟ ଏବେ ବି ଗାଁର କିଛି ଲୋକ ପାଣି ଘେରରେ ଅଛନ୍ତି। ରାସ୍ତା ଗୁଡିକ ବନ୍ୟା ଜଳରେ ବୁଡି ରହିଥିବାରୁ ଗାଁ ଟି ଜଳବନ୍ଦୀ ହୋଇରହିଛି। ବାତ୍ୟା ପରେ ପରେ ବନ୍ୟା ଆସିଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି। କିଭଳି ସ୍ଥିତି ରହିଛି ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ଗମ୍ଭୀରିଆ ଗାଁରେ। ଆସନ୍ତୁ ଏହି ବନ୍ୟାଞ୍ଚଳ ଲୋକଙ୍କ ସହ ଅଧିକ ଆଲୋଚନା କରିବା। ତେବେ ଗତକାଲି ବିଳମ୍ବିତ ରାତିରେ ବନ୍ୟା ପାଣି ଆସିବା ଫଳରେ ଅନେକ ଲୋକ ଭୟଭୀତ ଅବସ୍ଥାରେ ଉଚ୍ଚ ସ୍ଥାନକୁ ପଳେଇ ଆସିଛନ୍ତି। ସେପଟେ ବର୍ତ୍ତମାନ ସୁଧା କୌଣସି ସରକାରୀ ଅଧିକାରୀ ଆସିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ତେବେ ଏହି ବନ୍ୟା ଅଞ୍ଚଳର କିଭଳି ଅଛି ସ୍ଥିତ ବନ୍ୟା ପ୍ରଭାବିତଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି। ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ