ଆକର୍ଷିତ କରୁଛି ମିନିଏଚର ଆର୍ଟ, ଅଦରକାରୀ ଜିନିଷକୁ ଦେଉଛନ୍ତି ଜୀବନ୍ତ ରୂପ - ଲିଙ୍ଗରାଜଙ୍କ ସେବାୟତ ଲିଙ୍ଗରାଜ
ଭୁବନେଶ୍ବର: କଏନ, ପଥର, ଆଇସକ୍ରିମ ଷ୍ଟିକ, ତେଜପତ୍ର, ରୁଟି, କାଜୁ, ଦିଆସିଲିରେ ସୁନ୍ଦର ନିଖୁଣ ଚିତ୍ର। ମନ ଓ ମୂନକୁ ଲଗାଇ ଶିଳ୍ପୀ କରି ଚାଲିଛନ୍ତି ମିନିଏଚର ଆର୍ଟ। ଆଉ ଅଦରକାରୀ ଜିନିଷରୁ ପ୍ରସ୍ତୁତ ହେଉଛି ଆଖି ଲାଖିବା ପରି ଜିନିଷ। ନିଆରା କାରିଗରୀ, ନିଆରା ବ୍ୟକ୍ତିତ୍ବ। ତାଙ୍କ ହାତ ସ୍ପର୍ଶରେ ନିର୍ଜୀବ ବସ୍ତୁ ସତେ ଯେପରି ଜୀବନ୍ତ ହୋଇ ଉଠୁଛି। ପ୍ରଥମେ ଆଲମଣ୍ଡରେ କାଳିଆର କଳାକୃତ୍ତି କରିଥିଲେ। ଏହାପରେ ସେ ତୂଳୀ ଓ ହାତ କେଉଁଠି ଅଟକି ନାହିଁ। ପ୍ରତିଭା ଦେଖିଲେ ଆପଣ ବି କହିବେ ଆରେ ବାଃ, ଚମତ୍କାର ତ...। କାରଣ ସେ ଏମିତି ଜଣେ ଶିଳ୍ପୀ, ଯିଏ ରଙ୍ଗ ଓ ତୂଳୀକୁ ନେଇ ଖେଳନ୍ତି।