ଓଡିଶା

odisha

ETV Bharat / videos

ଅପୂର୍ବ କଳାକୃତି, ବୋତଲ ଭିତରେ ଝଲସୁଛି ମା'ଙ୍କ ସୁନ୍ଦର ପ୍ରତିମା - ମା' ଦୁର୍ଗା

By

Published : Oct 14, 2021, 3:06 PM IST

ଖୋର୍ଦ୍ଧା: ଦେଖିଲେ ଲାଖି ଯାଉଛି ଆଖି । ଏହାସହିତ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି ଦେଖଣାହାରୀ । କାରଣ ଏଠାରେ କାଚ ବୋତଲ ଭିତରେ ରହିଛି ମା' ଦୁର୍ଗାଙ୍କ ସୁନ୍ଦର ପ୍ରତିମା । ବୋତଲ ଭିତରେ ଏପରି ମୂର୍ତ୍ତି କରିବା କିପରି ବା ସମ୍ଭବ ? ଏଭଳି ଏକ ନିଆରା ସୂକ୍ଷ୍ମ କାରୁକାର୍ଯ୍ୟ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରର ଶିଳ୍ପୀ ଏଲ ଈଶ୍ବର ରାଓ । ସୂକ୍ଷ୍ମ କାରିଗର ଭାବେ ତାଙ୍କର ରହିଛି ବେଶ ନାଁ । ଚଳିତ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସେ ବୋତଲ ଭିତରେ ମା' ଦୁର୍ଗାଙ୍କ ଇକୋ-ଫ୍ରେଣ୍ଡଲି ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ମାଟି, ପେପର ଓ ଚୁମୁକିରେ ବୋତଲ ଭିତରେ ନିର୍ମାଣ ହୋଇଛି ମାଙ୍କ ଏହି ସୂକ୍ଷ୍ମ କାରୁକାର୍ଯ୍ୟରେ ଭରା ଦୁର୍ଗାଙ୍କ ମୂର୍ତ୍ତି । ବୋତଲ ଭିତରେ ଏହି ସୂକ୍ଷ୍ମ କାରିଗରୀ ତିଆରି ପାଇଁ ଈଶ୍ବର ରାଓଙ୍କୁ ଲାଗିଛି ୭ଦିନ ସମୟ । ତେବେ ମା'ଙ୍କ ଆଶୀର୍ବାଦରେ ସେ ଏହି ନିଆରା ସୂକ୍ଷ୍ମ କାରିଗରୀ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଥିବା କହିଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details