ଓଡିଶା

odisha

ରେଳ କଟକଣା, ଗଡୁନି ଗୋଟିଏ ବି ଯାତ୍ରୀବାହୀ ଟ୍ରେନ

By

Published : Mar 23, 2020, 12:56 PM IST

ଅନୁଗୋଳ: ଅନୁଗୋଳ ଲକ୍‌ଡାଉନ୍‌ । ପ୍ରଥମ ଦିନରେ ବନ୍ଦର ପ୍ରଭାବ । ରେଳ ସେବା ଠପ୍‌ । କୋରନା ପାଇଁ ସମସ୍ତେ ସଚେତନ । ରାଜ୍ୟବ୍ୟାପୀ ସଚେତନତାକୁ ଜୋରଦାର କରାଯାଇଥିବାବେଳେ ଅନୁଗୋଳ ଜିଲ୍ଲାକୁ ଲକ୍‌ଡାଉନ୍‌ କରାଯାଇଛି । ଫଳରେ ରେଳ ବିଭଗ ପକ୍ଷରୁ ରେଳ ଚଳାଚଳ ବନ୍ଦ କରାଯାଇଥିବାବେଳେ ଅନୁଗୋଳ ରେଳ ଷ୍ଟେସନ ପୁରା ଖାଁ ଖାଁ ରହିଛି । ଷ୍ଟେସନକୁ କେହିବି ଆସୁନଥିବାବେଳେ କେବଳ ମାଲବାହୀ ଟ୍ରେନ ଚଳାଚଳ କରୁଛି । ରେଳ ବିଭାଗର ସମସ୍ତ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଟିକେଟ କାଉଣ୍ଟର, ଇନକ୍ବାରୀ ସେଣ୍ଟର ଆଦି ବନ୍ଦ ରହିଛି । ସରକାରଙ୍କ ସଚେତନତା ଓ ନିର୍ଦ୍ଦେଶନାମାକୁ ସମସ୍ତେ ପାଳନ କରୁଥିବା ଦେଖିବାକୁ ମିଳିଛି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details