ଜଗତସିଂହପୁରରେ ‘ଅମ୍ଫାନ’ ତାଣ୍ଡବ, କ୍ଷତିଗ୍ରସ୍ତ ତଳିଆ ଅଞ୍ଚଳ - Amphan
ଜଗତସିଂହପୁର: ଜିଲ୍ଲାରେ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି । ଭୀଷଣ ବେଗରେ ପବନ ବହିବା ସହ ପ୍ରବଳ ମାତ୍ରାରେ ବର୍ଷା ହେଉଛି । ବିଶେଷ କରି ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳର ଅମ୍ବିକି, ଢ଼ିଙ୍କିଆ, ଗଡ ହରିସପୁର, ପଦ୍ମପୁର, ଜାପା, ଭିତର ଅନ୍ଧାରି, ଗୋଡ଼ା, କୁଜ କୋଠି, ନୂଆ ଗାଁ, ଗଡ କୁଜଙ୍ଗ, ଗଡ ବିସନ ପୁର, ପାଲିକଣ୍ଟା, ପୋଖରୀପଡା, ବାଲିତୁଠ, ସୋମପୁର, ପାଏଡ, କୃଷ୍ଣଚନ୍ଦ୍ର ପୁର, ଚାଟୁଆ, ବମଦେଇ ପୁର, ତିରାଇଲୋ, ନୂଆ ଡିହଁ , ଜନକା ଦେଇପୁର, ବଳେଇପୁର ଆଦି ତଳିଆ ଅଞ୍ଚଳରେ ପାଣି ପସିଯିବା ସହ ବ୍ୟାପକ କ୍ଷୟକ୍ଷତି ହେଇଥିବା ସୂଚନା ମିଳିଛି । ବାତ୍ୟା ପ୍ରଭାବରେ ପ୍ରଭାବିତଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ
Last Updated : May 20, 2020, 4:48 PM IST