ଓଡିଶା

odisha

ETV Bharat / videos

ମାନସିକ ଚାପରୁ କିଭଳି ବର୍ତ୍ତିବେ ? ଡାକ୍ତରଙ୍କ ସହ ଆଲୋଚନା କଲେ ଅଭିନେତ୍ରୀ ଝିଲିକ - ମାନସିକ ଚାପରୁ କିଭଳି ବର୍ତ୍ତିବେ

By

Published : May 10, 2021, 6:25 PM IST

ଭୁବନେଶ୍ବର: ସାରା ଦେଶରେ ଏବେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଆଉ ଏହାକୁ ରୋକିବା ଦିଗରେ ଓଡ଼ିଶାରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ସରକାର । ଏନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲବ୍ରେଟି ସମସ୍ତେ ଘରେ ବନ୍ଦ ହୋଇ ଅଛନ୍ତି । ଗୃହବନ୍ଦୀ ହୋଇ ରହିଥିବାରୁ ମାନସିକ ଚାପରୁ କିଭଳି ମୁକ୍ତି ପାଇବେ ଏହାକୁ ନେଇ ଅଭିନେତ୍ରୀ ଝିଲିକ ତାଙ୍କ ଫ୍ୟାନ ମାନଙ୍କ ମନରୁ ଚାପ ଦୂର ପାଇଁ ନିଜ ଫେସବୁକ ପେଜରେ ମନସ୍ତତ୍ତ୍ବବିତ୍ ଡାକ୍ଟର ସୁଭେନ୍ଦୁ ମିଶ୍ରଙ୍କ ସହ ସାକ୍ଷାତକାର କରିଛନ୍ତି । ଯେଉଁଥିରେ କୋରୋନା ଯୋଗୁଁ ମୃତ୍ୟୁ ଘଟିବା ହେଉ କିମ୍ବା ଚାକିରି ହରେଇବା, ଲକଡାଉନ ପାଇଁ ଘରେ ବସିରହିଥିବା ବେଳେ ସେମାନଙ୍କ ମନର ଚାପକୁ କମାଇବାରେ ଟିପ୍ସ ସେୟାର କରିଛନ୍ତି । ଏହାସହ କୋରୋନାର ପ୍ରତୀକାର ଓ ପତିହତ ପାଇଁ ଅନେକ ସାକାରାତ୍ମକ ଆଲୋଚନା ହୋଇଛି । ଡାକ୍ତରଙ୍କ ସହ ଏହି ସମସ୍ତ ଆଲୋଚନା ସୋସିଆଲ ମେଡ଼ିଆରେ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ଝିଲିକ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details