ଓଡିଶା

odisha

କଙ୍ଗାରୁକୋର୍ଟରେ ଅମାନୁଷିକ ଅତ୍ୟାଚାର: ଯୁବକକୁ ବାନ୍ଧିଲେ, ଉଲଗ୍ନ କରି ପିଟିଲେ

By

Published : Sep 28, 2020, 4:01 PM IST

ବାଲେଶ୍ବର: ପୁଣି ବସିଲା କଙ୍ଗାରୁକୋର୍ଟ। ଏକାକୀ ମହିଳାଙ୍କ ଘରେ ପଶିବାରୁ ଯୁବକଙ୍କୁ ନିସ୍ତୁକ ମାଡ । ଉଲଗ୍ନ କରି ସର୍ବସମ୍ମୁଖରେ ମାଡ ମାରିଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଚୌମୁଖ ଅଞ୍ଚଳରେ। । ଯାହାର ଭିଡିଓ ଭାଇରାଲ ଏବେ ଭାଇରାଲ ହେବାରେ ଲାଗିଛି । ପୁରା ଘଟଣା ଏମିତି, ଚୌମୁଖ ଗ୍ରାମର ଜଣେ ମହିଳା ଘରେ ଏକାକୀ ଥିବା ବେଳେ ବିଜୟ ଦାସ ନାମକ ଏକ ଯୁବକ ତାଙ୍କ ଘରେ ପଶିଥିଲେ । ଆଉ ମହିଳାଙ୍କ ସହ ଅନୈତିକ କାର୍ଯ୍ୟ କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ଜଣାପଡିବା ପରେ ଗାଁ ଲୋକେ ଉକ୍ତ ଯୁବକକୁ ଘରୁ ବାହାରକୁ ଆଣି ଖୁଣ୍ଟରେ ବାନ୍ଧିବା ସହ ନିସ୍ତୁକ ମାଡ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ବୁଦ୍ଧୀଜୀବୀ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।

ABOUT THE AUTHOR

...view details