ଓଡିଶା

odisha

ETV Bharat / videos

ସାମାନ୍ୟ ବଚସାରୁ କାମବାଲିକୁ ହତ୍ୟା, ପୋଲିସ ପଞ୍ଝାରେ ଅଭିଯୁକ୍ତ ଦମ୍ପତ୍ତି - ଭଞ୍ଜନଗର ଖବର

By

Published : Jan 11, 2021, 8:46 PM IST

ଭଞ୍ଜନଗର: ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ପୋଲିସ। ଗତ ଡିସେମ୍ବର 2 ତାରିଖରେ ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଡପାଳ ଗାଁ ନିକଟସ୍ତ ଜମିରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଏହି ମାମଲାକୁ ନେଇ ପୋଲିସ ଜୋରଦାର ଛାନଭିନ ଚଳାଇଥିଲା। ତଦନ୍ତ ବେଳେ ଯୁବତୀଙ୍କୁ ଜଣେ ସ୍ବାମୀ ସ୍ତ୍ରୀ ହତ୍ୟା କରିବା ଏଠାରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ଯୁବତୀ ଜଣକ ବାଲେଶ୍ବର ଜିଲ୍ଲା ବାସିନ୍ଦା ବୋଲି ଜଣା ପଡ଼ିଥିଲା। ଖାଲି ସେତିକି ନୁହେଁ ମୃତ ଯୁବତୀ ରାଜଧାନୀ ଭୁବନେଶ୍ବରରେ ଜଣଙ୍କ ଘର କାମ କରୁଥିଲେ। କାମରେ ଅବହେଳା ଅଭିଯୋଗ କରି ଘର ମାଲିକ ଓ ଯୁବତୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଘର ମାଲିକ ଦୁଇଜଣ ମିଶି ଯୁବତୀଙ୍କୁ ହତ୍ୟା କରିଥିଲେ।

ABOUT THE AUTHOR

...view details