ଓଡିଶା

odisha

ETV Bharat / videos

ଡ଼ଙ୍ଗରିଆଙ୍କ ନିଆରା ନିୟମରାଜା ପୂଜା, ଆଜିବି ଉଜ୍ଜୀବିତ ପରମ୍ପରା ଓ ସଂସ୍କୃତି - special package

By

Published : Mar 3, 2021, 7:24 PM IST

ରାୟଗଡା: ପ୍ରକୃତି ଉପାସକ ଡ଼ଙ୍ଗରିଆ କନ୍ଧ । ନିୟମ ରାଜାଙ୍କ ସ୍ମୃତିକୁ ମନେ ପକାଇ ଆଜିବି ନିୟମଗିରିକୁ ପୂଜାର୍ଚ୍ଚନା କରୁଛନ୍ତି ରାୟଗଡା ଜିଲ୍ଲାର ଆଦମ ଜନଜାତି ଡ଼ଙ୍ଗରିଆ କନ୍ଧ । ପ୍ରତିବର୍ଷ ପରି ରାୟଗଡା କଳାହାଣ୍ଡି ସୀମାନ୍ତ ନିୟମଗିରି ପାହାଡ଼ରେ ଥିବା ଧଅରାଭଟା ଗ୍ରାମରେ ଆୟୋଜିତ ହୋଇଛି ନିୟମରାଜାଙ୍କ ତିନି ଦିନିଆ ପୂଜା। ପ୍ରଥମେ ଏହି ପୂଜା ପାଇଁ ଗାଁର ଜାନି, ବିଶୁମାଝୀ, ଡ଼ିସାରୀ, ପୂଜାରୀ ଏବଂ ମଣ୍ଡଳଙ୍କ ସହିତ ଗାଁର ମୁଖିଆମାନେ ଦିନ ଏବଂ ସମୟ ଧାର୍ଯ୍ୟ କରନ୍ତି । ଗାଁ ମୁଣ୍ଡରେ ଥିବା ନିୟମ ରାଜାଙ୍କ ଆସ୍ଥାନ ନିକଟରେ ଆସ୍ଥାୟୀ ମଣ୍ଡପ ତିଆରି କରାଯାଏ । ମଣ୍ଡପ ଚାରିପଟେ ପାରମ୍ପରିକ ବାଜା ବଜାଇ ଯୁବକ ଯୁବତୀମାନେ ନାଚଗୀତରେ ମସଗୁଲ ହୋଇଯାଆନ୍ତି । ଶେଷଦିନ ଦିସାରି ଦେଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଗାଁରୁ ଆସିଥିବା ଶହ ଶହ ଟାଙ୍ଗିଆଧାରୀ ଜିଅନ୍ତା ପୋଢ଼ ବା ମଇଁଷିକୁ ଆକ୍ରମଣ କରନ୍ତି । ଶେଷରେ ପୋଢ଼ର ମୁଣ୍ଡକୁ କାଟି ଧରଣିପେନୁକୁ ଉତ୍ସର୍ଗ କରିବା ପରେ ପୋଢ଼ଟିର ମାଂସକୁ ବାଣ୍ଟି ନିଅନ୍ତି ପର୍ବକୁ ଆସିଥିବା ଲୋକେ । ଆଉ ଟାଙ୍ଗିଆ ଚୋଟରେ ଝରିଥିବା ପୋଢ଼ର ରକ୍ତକୁ ସଂଗ୍ରହ କରି ନିଜ ନିଜର କ୍ଷେତରେ ପୋତିଦିଅନ୍ତି । ବିଶ୍ବାସ ରହିଛି ଏମିତି କଲେ କ୍ଷେତରେ ସୁନାର ଫସଲ ଫଳିବା ସହ ଗାଁ ଗଣ୍ଡାରେ ରୋଗ ବୈରାଗ୍ୟ ହେବନାହିଁ କି ଗାଁକୁ କୌଣସି ଦୁଷ୍ଟ ଶକ୍ତିର ନଜର ଲାଗିବନି ।

ABOUT THE AUTHOR

...view details