ଓଡିଶା

odisha

ETV Bharat / videos

ଉଲରେ କଳାକୃତି କରି ଗିିନିଜ ବୁକ ଅଫ ରେକର୍ଡରେ କନେଷ୍ଟବଳ ସନ୍ଧ୍ୟାରାଣୀ

By

Published : Nov 17, 2020, 8:34 PM IST

ଭୁବନେଶ୍ବର: ଗିନିଜ ବୁକ୍‌ ଅଫ ୱାଲ୍ଡରେ ମହିଳା କନେଷ୍ଟବଳ । କନ୍ଧମାଳ ଜିଲ୍ଲା ଉପାନ୍ତ ଅଞ୍ଚଳର ହୋଇ ମଧ୍ୟ ହାସଲ କରିଛନ୍ତି ଏହି କୃତିତ୍ବ । ପ୍ରଶାସନିକ କାର୍ଯ୍ୟ ପାଇଁ ନୁହେଁ ବରଂ ଉଲ ବୁଣି ଏହି ୱାଲ୍ଡ ରେକର୍ଡରେ ପାଇଛନ୍ତି ସ୍ଥାନ । ଆମେ କହୁଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ଚକାପଦା ଗାଁର ସନ୍ଧ୍ୟାରାଣୀଙ୍କ କଥା । ସନ୍ଧ୍ୟାରାଣୀ ବେହେରା ଜଣେ ରେଲୱେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ । ପ୍ରଥମେ କନ୍ଧମାଳରେ ତାଙ୍କୁ ନିଯୁକ୍ତ ମିଳିଥିଲା । 2016ରୁ ଖୋର୍ଦ୍ଧା ରେଲୱେରେ କାର୍ଯ୍ୟରତ । ସ୍ବେଟର, ମଫଲର, ସାଲ ଭଳି ଶୀତ ପୋଷକ ତିଆରି କରିବା ସହ ଓଡିଆର ମଉଡ ମଣି ଜଗନ୍ନାଥ ଓ ସାନ୍ଥା କ୍ଲଜ ପ୍ରତିଛବି ଅତି ସୁନ୍ଦର ଭାବେ ସେ ବୁଣିଛନ୍ତି । ବର୍ତ୍ତମାନର ସମୟକୁ ଦେଖି ଭିନ୍ନ ଭିନ୍ନ ଡିଜାଇନର ମାସ୍କ ବି ପ୍ରସ୍ତୁତ କରୁଛନ୍ତି । ଯାହାକୁ ସେ ତୋଶାଳୀ ମେଳା ଭଳି ଅନ୍ୟାନ୍ୟ ମେଳାରେ ବିକ୍ରି କରି ଅଧିକା ଦୁଇ ପଇସା ଇନକମ କରିପାରୁଛନ୍ତି ।

ABOUT THE AUTHOR

...view details