ଓଡିଶା

odisha

ETV Bharat / videos

ଚୈତ୍ର ମାସ ଆରମ୍ଭ, ଶକ୍ତି ପୀଠରେ ମୁଣ୍ଡନ କଲେ ମାନସିକଧାରୀ

By

Published : Mar 30, 2021, 2:53 PM IST

ଭଞ୍ଜନଗର: ଆଜି(ମଙ୍ଗଳବାର) ଚୈତ୍ର ମାସ ପ୍ରଥମ ମଙ୍ଗଳବାର ହେତୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀମାନେ ଚୈତ୍ରମାସ ମଙ୍ଗଳବାରରେ ଶକ୍ତି ପୀଠ ଗୁଡିକରେ ନିଜ ସନ୍ତାନଙ୍କୁ ମୁଣ୍ଡନ କରିବାର ପରମ୍ପରା ରହିଛି । ଯେଉଁଥିପାଇଁ ଗଞ୍ଜାମ ଭଞ୍ଜନଗର ଆସିକା ସ୍ଥିତ ମା' ଖମ୍ବେଶ୍ବରୀ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ପ୍ରବଳ ଭିଡ । ବିଭିନ୍ନ ସ୍ଥାନରୁ ମାନସିକଧାରୀମାନେ ଆସି ମନ୍ଦିର ପ୍ରାଙ୍ଗଣରେ ଥିବା ମଣ୍ଡପରେ ମୁଣ୍ଡନ କରୁଛନ୍ତି। ଏହାପରେ ମା'ଙ୍କ ଦର୍ଶନ କରି ନିଜର ମାନସିକ ସାରି ଫେରୁଛନ୍ତି। ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details