ଓଡିଶା

odisha

ETV Bharat / videos

ସମୁଦ୍ରରେ ଫସିଲା ହରିଣ, ଉଦ୍ଧାର କଲେ ଲାଇଫ ଗାର୍ଡ

By

Published : Oct 12, 2021, 7:38 PM IST

Updated : Oct 12, 2021, 8:10 PM IST

ସମୁଦ୍ର ପାଣିରେ ଫସିଗଲା ହରିଣ । ବେଳାଭୂମିରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ହରିଣକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । କୋଣାର୍କ ଚନ୍ଦ୍ରଭଗା ବେଳାଭୂମିରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଦୀର୍ଘ ସମୟ ଧରି ସମୁଦ୍ର ମଧ୍ୟରେ ଫସି ରହିଥିବା ହରିଣ ଉଦ୍ଧାର ହେବା ପରେ ଦୌଡ଼ି ଚନ୍ଦ୍ରଭଗା ତୀର୍ଥ ପୁଷ୍କରିଣୀ କୂଳରେ କିଛି ସମୟ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହାପରେ ହରିଣଟି ଜଙ୍ଗଲ ଭିତରକୁ ଚାଲି ଯାଇଛି । ଏହି ହରିଣର ଆନୁମାନିକ ବୟସ 3-4 ବର୍ଷ ମଧ୍ୟରେ ହେବ ବୋଲି ଘଟଣା ସ୍ଥଳରେ ଉପସ୍ଥିତ ବନ ବିଭାଗର କର୍ମଚାରୀ ସୂଚନା ଦେଇଛନ୍ତି । ତେବେ ଭିଡିଓ ଭାଇରଲ ପରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣଟି ଚାଲି ଆସିଥିବା ଜଣାପଡ଼ିଛି ।
Last Updated : Oct 12, 2021, 8:10 PM IST

ABOUT THE AUTHOR

...view details