କୁଶଭଦ୍ରାରେ ଫସିଗଲା ହରିଣ, ବାଟ ଦେଖାଇ ବଞ୍ଚାଇଦେଲା ବୋଟ୍ - ରାମଚଣ୍ଡିରେ ଫସିଲା ହରିଣ
ପୁରୀ: ନଦୀ ମଝିରେ ଭାସୁଥିଲା ହରିଣ । ହରିଣକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ । ଏଭଳି ଏକ ରୋଚକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି କୋଣାର୍କ ରାମଚଣ୍ଡୀ କୁଶଭଦ୍ରା ନଦୀର ବୋଲି ଜଣାପଡ଼ିଛି । ନଦୀ ମଝିରେ ଫସି ରହିଥିବା ହରିଣ ଉପରେ ମତ୍ସ୍ୟଜୀବୀଙ୍କ ନଜର ପଡ଼ିବା ପରେ ଡଙ୍ଗାରେ ଯାଇ ହରିଣଟିକୁ ସେମାନେ ବାଟ ଦେଖାଇଥିଲେ । ହରିଣଟିକୁ ମତ୍ସ୍ୟଜୀବୀମାନେ ଡାକୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାପରେ ନିଜେ ପହଁରି କୂଳରେ ପହଞ୍ଚିଥିଲା ହରିଣ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ