ଓଡିଶା

odisha

ଗଞ୍ଜାମ ଗସ୍ତରେ ଏ ଚେଲ୍ଲାକୁମାର, ବିଜେପି-ବିଜେଡିକୁ କଲେ ସମାଲୋଚନା

By

Published : Jan 30, 2021, 11:00 PM IST

Published : Jan 30, 2021, 11:00 PM IST

ବ୍ରହ୍ମପୁର: ଗଞ୍ଜାମ ଗସ୍ତରେ ଓଡିଶା କଂଗ୍ରେସ ପ୍ରଭାରୀ । କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଗଞ୍ଜାମ ଗସ୍ତ କରି ସେଠାରେ ସେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରିଛନ୍ତି । ଏହି ଅବସରରେ ସେ ବିଜେପି ଓ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟର ଯାହା ବି କିଛି ବିକାଶ ଘଟିଛି, ତାହା କଂଗ୍ରେସ କରିଛି । ଏପରିକି ଗଞ୍ଜାମର ଉନ୍ନତିରେ ବି କଂଗ୍ରେସର ମୁଖ୍ୟ ଭୂମିକା ରହିଛି ବୋଲି ଚେଲ୍ଲାକୁମାର କହିଛନ୍ତି । ଏହାବ୍ୟତୀତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ନଂ 1 ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରାଯିବା ଘଟଣା ଏବଂ ରାଜ୍ୟ ସରକାରଙ୍କ 5ଟି ଯୋଜନାକୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details