ଗାଁ ପାଖକୁ ଆସିଥିବାବେଳେ ମାଆଠୁ ଅଲଗା ହେଲା ହାତୀଛୁଆ, ଆଉ ତା' ପରେ... - anugul forest dept
ଅନୁଗୋଳ: ହାତୀପଲରୁ ଅଲଗା ହେଲା ଛୁଆ ହାତୀ । ହାତୀପଲ ଏବଂ ମାଆ ହାତୀ ସହ ଗାଁ ପାଖରୁ ଏକ ହାତୀଛୁଆ ଆସିଥିଲା । ହେଲେ ସେମାନଙ୍କ ସହ ପୁଣି ଜଙ୍ଗଲ ଫେରି ପାରିନଥିଲା ୨ ବର୍ଷର ହାତୀ ଛୁଆଟି । ଶେଷରେ ଗାଁ ଲୋକ ଏବଂ ବନ ବିଭାଗର ଉଦ୍ୟମରେ ପୁଣି ଥରେ ସେ ନିଜ ମାଆ ପାଖରେ ପହଞ୍ଚି ପାରିଛି । ଅନୁଗୋଳ ବନାଞ୍ଚଳରୁ ଏଭଳି ଏକ ଘଟଣା ନଜରକୁ ଆସିଛି । ଶୁକ୍ରବାର ଅନୁଗୋଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ବାଲିଜେରେଙ୍ଗ ଗାଁ ନିକଟରେ ମାଆଠୁ ଅଲଗା ହୋଇ ଏକ ହାତୀ ଛୁଆ ରହିଯାଇଥିବାର ଦେଖାଯାଇଥିଲା । ମାତ୍ର ଏବେ ଛୁଆଟିକୁ ଉଦ୍ଧାର କରି ବନ ବିଭାଗ ଅଧିକାରୀ ଜଙ୍ଗଲରେ ଛାଡି ଦେଇଛି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ