89 ବର୍ଷିୟ ବୃଦ୍ଧଙ୍କ ସଚେତନତାମୂଳକ କବିତା, ସ୍ଥାନ ପାଇଛି ପୂର୍ବ-ପରର ସ୍ମୃତି - 89 ବର୍ଷିୟ ବୃଦ୍ଧଙ୍କ କବିତା
ଖୋର୍ଦ୍ଧା: ସେ ବୟସକୁ ଭଲକରି ବୁଝିସାରିଛନ୍ତି । ସେଥିପାଇଁ ତ ବର୍ତ୍ତମାନ ବୟସର ଅପରାହ୍ନରେ ପୂର୍ବ ସମୟ ଓ ଏବେର ସମୟ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ବେଶ ଭଲକରି କବିତା ମାଧ୍ୟମରେ ଉପସ୍ଥାପନ କରିପାରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଘଟୁଥିବା ଘଟଣା ସମ୍ପର୍କରେ ସୁନ୍ଦର କବିତା ଗାନକରି ଲୋକଙ୍କୁ ସଚେତନ କରୁଛନ୍ତି ଜଣେ 89 ବର୍ଷିୟ ବୃଦ୍ଧ । ସଚେତନତାମୂଳକ କବିତା ଗାଇ ଚର୍ଚ୍ଚା ସାଉଁଟୁଛନ୍ତି ଖୋର୍ଦ୍ଧା ଜିଲ୍ଲା କେନ୍ଦୁପଲି ଗ୍ରାମର ବୃଦ୍ଧ ଭିକାରୀ ବେହେରା । ଠେଙ୍ଗାର ସହାରାରେ ସିନା ଚାଲୁଛନ୍ତି କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ନିଜ ମନରୁ କବିତା ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ସେ । ତାଙ୍କ କବିତାରେ କୋରୋନା ସଚେତନତା ବାର୍ତ୍ତା ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ସରକାର କିଭଳି ଯୋଜନା କରିଛନ୍ତି ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଘଟୁଥିବା ଘଟଣାବଳୀ ଅତି ସୁନ୍ଦର ଭାବରେ ସ୍ଥାନ ପାଇଛି । ଯାହାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ