ଓଡିଶା

odisha

By

Published : Dec 19, 2020, 9:43 PM IST

ETV Bharat / videos

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ: ଦିନକରେ ୮୨୨୭ଟି ମାମଲାର ଫଇସଲା

କଟକ: ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶରେ ସାରା ରାଜ୍ୟରେ ଆଜି (ଶନିବାର) ଏକ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଓଡିଶା ଉଚ୍ଚ ନ୍ୟାୟାଳୟ ସହ ରାଜ୍ୟର ୩୦ ଟି ଜିଲ୍ଲା ଓ ତାଲୁକ ସ୍ତରରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ ଆଇନ ସେବା ପ୍ରାଧିକରଣର ପୁଷ୍ଟପୋଷାକ ତଥା ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ, ବରିଷ୍ଠ ବିଚାରପତି ତଥା ହାଇକୋର୍ଟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ପ୍ରଥମ ୫ ଟି କୋର୍ଟରେ ୧୦୫ ଟି ମୋଟର ଦୁର୍ଘଟଣା କ୍ଷତିପୂରଣ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ଫଇସଲା କରାଯାଇଛି । ସେହିପରି ୫ କୋଟି ୭୫ ଲକ୍ଷ ୮୧ ହଜାର ଟଙ୍କାର କ୍ଷତିପୂରଣ ଦେବାପାଇଁ ବିଭିନ୍ନ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details