ଓଡିଶା

odisha

ETV Bharat / videos

୧୨ ଜଣଙ୍କ ମଧ୍ୟରୁ ବିବନକୁ ଚିହ୍ନିଲେ ପୀଡିତା, ଟିଆଇ ପରେଡରେ ଚିହ୍ନଟ ହେଲା ଅଭିଯୁକ୍ତ - victim succesfully identified accused

By

Published : Mar 3, 2021, 7:34 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ 1999 ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନକୁ ଚିହ୍ନିଲେ ଦୁଷ୍କର୍ମ ପୀଡିତା। ଝାରପଡା ଜେଲରେ ଟିଆଇ ପରେଡ ବେଳେ ୧୨ ଜଣଙ୍କ ମଧ୍ୟରୁ ବିବନକୁ ଚିହ୍ନିଛନ୍ତି ପୀଡିତା। ଏପରିକି ଦୁଷ୍କର୍ମ ପୀଡିତାଙ୍କ ସହ ସେତେବେଳର ତାଙ୍କ ଡ୍ରାଇଭର ନୀଳକଣ୍ଠ ରାଉତ ମଧ୍ୟ ଉପସ୍ଥିତ ହୋଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିବନକୁ ଚିହ୍ନଟ କରିଛନ୍ତି। ଆଜି(ବୁଧବାର) ଝାରପଡା ଜେଲ ପରିସରରେ ଟିଆଇ ପରେଡ ଲାଗି ସିବିଆଇର ସ୍ପେଶାଲ ଜଜ୍ ଅନୁମତି ଦେଇଥିଲେ । ସେପଟେ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ସିବିଆଇକୁ ଅନୁମତି ମିଳିଛି। ଆସନ୍ତା 4 ଓ 5 ରେ ଦୁଇଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସିବିଆଇ ସ୍ବତନ୍ତ୍ର କୋର୍ଟ।

ABOUT THE AUTHOR

...view details