ଓଡିଶା

odisha

ETV Bharat / videos

ଜବରଦଖଲକାରୀଙ୍କ କବ୍ଜାରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୫ ଏକର ଜମି - କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ

By

Published : Sep 23, 2020, 7:11 PM IST

କେନ୍ଦ୍ରାପଡା: ରାଜ୍ୟର ସର୍ବ ପୁରାତନ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ଆଜି ଜମି ମାଫିଆ ଓ କିଛି ଅସାଧୁ ବ୍ୟକ୍ତିଙ୍କ କବ୍ଜାରେ । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କିମ୍ବା ରାଜନେତା କେହି କାନ ଦେଉ ନାହାନ୍ତି । ଫଳରେ ବିରାଟ ଗଣ ଆନ୍ଦୋଳନ ଆଡକୁ ମୁହାଁଉଛନ୍ତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ। ୧୯୫୯ ମସିହାରେ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା । ମହାବିଦ୍ୟାଳୟର ମୋଟ ୮୨ ଏକର ଜମିରୁ ପ୍ରାୟ ୧୩ ଏକର ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଛି । ମହାବିଦ୍ୟାଳୟ ପ୍ରତିଷ୍ଠା ପୁର୍ବରୁ ଏହା କେନ୍ଦ୍ରାପଡ଼ା ଇଂଜିନିୟରିଂ ସ୍କୁଲ ଥିଲା । ପରେ ମାତ୍ର ଏକ ଟଙ୍କା ମୂଲ୍ୟରେ ଇଂଜିନିୟରିଂ ସ୍କୁଲର ସମସ୍ତ ସାମଗ୍ରୀ କ୍ରୟ କରିଥିଲା ମହାବିଦ୍ୟାଳୟ । ତେବେ ୧୯୭୫ ମସିହା ଲ୍ୟାଣ୍ଡ ସିଲିଂ ସମୟରେ ଆଳି ରାଜାଙ୍କ ଅଧୀନରେ ଥିବା ସମସ୍ତ ଜମି ରାଜ୍ୟ ସରକାରଙ୍କ ଅକ୍ତିଆରକୁ ଯିବା ପରେ କିଛି ଅସାଧୁ ବ୍ୟକ୍ତି ହାତ ପଟା ଜରିଆରେ ଜମି ପାଇଥିବା କହି ମହାବିଦ୍ୟାଳୟ ଜମିକୁ ବିଭିନ୍ନ ସମୟରେ ଖର୍ଦି-ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାକୁ ଫେରାଇ ଆଣିବା ପାଇଁ ପୂର୍ବତନ ଛାତ୍ର ସଂସଦ ସଭାପତି ଓ ପୁରାତନ ଛାତ୍ର ତଥା ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକ ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବା ଆବଶ୍ୟକତା ରହିଛି ବୋଲି ମତାମତ ଦେଇଛନ୍ତି ।

For All Latest Updates

ABOUT THE AUTHOR

...view details