ଓଡିଶା

odisha

By

Published : Aug 24, 2020, 7:24 PM IST

ETV Bharat / videos

12 ବର୍ଷୀୟ ବିସ୍ମୟ ବାଳକ, କଲମରୁ ଝରିଲା ମହାଭାରତ !

ଯାଜପୁର: କୁନିକୁନି ପାଟିରେ ମହାଭାରତର କାହାଣୀ। ମୁଖ ନିଶୃତ ବାଣୀରୁ ଝରୁଛି ଅନ୍ୟାୟ ଉପରେ ନ୍ୟାୟର ବିଜୟ ଗାଥା। ପାଣ୍ଡବ କୌରବଙ୍କ ଯୁଦ୍ଧ ବୃତ୍ତାନ୍ତକୁ ସ୍ପଷ୍ଟ ଭାବେ ବଖାଣୁଛି ବିସ୍ମୟ ବାଳକ। ମହାଭାରତର କଠିନ ଶ୍କୋକକୁ ଅତି ସହଜରେ ଅନର୍ଗଳ ଗାଉଛି ଉଦୟ। ମହାନ ମୁନି ଋଷିମାନେ ଯେଉଁଠି ଜଟିଳ ଶଦ୍ଧର ଅର୍ଥ ଓ ଗୂଢରହସ୍ୟକୁ ଭେଦିବାକୁ ବିଫଳ ହୁଅନ୍ତି ସେଠି 12 ବର୍ଷ ବାଳକ ଏହି ସବୁରେ ସିଦ୍ଧହସ୍ତ। ପଦ ଏବଂ ଛନ୍ଦର ଯୁଗଳବନ୍ଦୀକୁ କଲମ ମୂନରେ ଅତି ସୁନ୍ଦର ଭାବେ ଓଡିଆ ଭାଷାରେ ଲେଖି ଚାଲିଛି ଉଦୟ। ଦୀପ୍ତୀମାନ ସୂର୍ଯ୍ୟସମ ଉଦୟ ଲକଡାଉନରେ ମୋବାଇଲ ସାହାଯ୍ୟରେ ଗୁଗଲ ଆପରୁ ମହାଭାରତ ସର୍ଚ୍ଚ କରି ହିନ୍ଦି ଭାଷାରୁ ଓଡିଆ ଭାଷାରେ ତାକୁ ଅନୁବାଦ କରିଛନ୍ତି । ଯାହା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଖରମଙ୍ଗି ଗ୍ରାମର ଚନ୍ଦ୍ରକାନ୍ତ ସାହୁ ଓ ଜୟଶ୍ରୀ ସାହୁଙ୍କ ଏକମାତ୍ର ପୁଅ ହେଉଛି ଉଦୟ । ସେ ସ୍ଥାନୀୟ ଶ୍ରୀମା ଅରବିନ୍ଦ ନୋଡାଲ ସ୍କୁଲର ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଜଣେ ମେଧାବୀ ଛାତ୍ର ଭାବେ ଜିଲ୍ଲାରେ ପରିଚିତ ।

ABOUT THE AUTHOR

...view details