ମହାପ୍ରଭୁଙ୍କ ପାଇଁ କୁନି ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା
ଭୁବନେଶ୍ବର: ବାଲୁକା ଶିଳ୍ପୀ ତଥା ଜଣେ ମିନିଏଚର ଆର୍ଟିଷ୍ଟ ସୁବଳ ମହାରଣା ନିର୍ମାଣ କରିଛନ୍ତି ଦେଢ଼ ଇଞ୍ଚର ରଥ । ମହାପ୍ରଭୁଙ୍କ ଲାଗି ବ୍ୟବହୃତ ହେଉଥିବା ପଦାର୍ଥ ଯଥା ବେଲ, ତୁଳସୀ, ନିମ୍ବ, ଗୁଆ, ଦୁବ ଓ ଚନ୍ଦନ ଆଦିକୁ ବ୍ୟବହାର କରି ସେ ପ୍ରସ୍ତୁତ କରିଛନ୍ତି ଏହି ରଥ । ଏହା ମାଧ୍ୟମରେ ସେ ଗିନିଜ୍ ୱାର୍ଲଡ଼ ରେକର୍ଡ, ଲିମକା ରେକର୍ଡ ଓ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି । ପୂର୍ବରୁ ଅନ୍ୟ ଜଣେ ଆର୍ଟିଷ୍ଟ ନାମରେ ଦେଢ଼ ଇଞ୍ଚର ରଥ ନିର୍ମାଣ ରେକର୍ଡ ଥିବାବେଳେ ଏହାକୁ ଭାଙ୍ଗି ସେ ନିଜ ନାମରେ କରିବା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଥିବା କହିଛନ୍ତି । ଏହି ଗୋଟିଏ ରଥ ନିର୍ମାଣ ପାଇଁ ତାଙ୍କୁ ପନ୍ଦର ଘଣ୍ଟାରୁ ଅଧିକ ସମୟ ବିନିଯୋଗ କରିବାକୁ ପଡିଥିବା କହିଛନ୍ତି । ତାଙ୍କର ଏହି କାର୍ଯ୍ୟ ଲୋକମାନଙ୍କ ଦ୍ବାରା ଆଦୃତ ହେଲେ ସେ ଆହୁରି ଉତ୍ସାହିତ ହେବେ ବୋଲି ପ୍ରକାଶ କରିଛନ୍ତି । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ