ଓଡିଶା

odisha

ETV Bharat / videos

Municipal Election: ଛତ୍ରପୁରରେ ବିଜେଡି ପାଇଁ ପ୍ରଚାର କଲେ ଏଲିନା-ସମ୍ବିତ - ପ୍ରଚାର କଲେ ଅଭିନେତ୍ରୀ ଏଲିନା

By

Published : Mar 20, 2022, 3:43 PM IST

Updated : Feb 3, 2023, 8:20 PM IST

ବ୍ରହ୍ମପୁର: ପୌର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ରାଜନୀତି ସେତେ ସରଗରମ ହୋଇପଡୁଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏନଏସିରେ ବିଜେଡି ଦଳୀୟ ପ୍ରାର୍ଥଙ୍କ ପାଇଁ ପ୍ରଚାର କରିଛନ୍ତି ଷ୍ଟାର କ୍ୟାମ୍ପେନର । ଛତ୍ରପୁର ଏନଏସିରୁ ବିଜେଡ଼ି ଦଳରୁ ଅଧ୍ୟକ୍ଷା ପ୍ରାର୍ଥନୀ ଟି.ଲକ୍ଷ୍ମୀ ଏବଂ ସମସ୍ତ ୱାର୍ଡରେ କାଉନସିଲର ମାନଙ୍କ ପାଇଁ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ମାନେ ପ୍ରଚାର କରିଛନ୍ତି । ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ଅବସରରେ ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ଏବଂ ବିଧାୟକଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details