ଓଡିଶା

odisha

ETV Bharat / videos

ଚୟନକର୍ତ୍ତାଙ୍କୁ ପ୍ରଦର୍ଶନରେ ପ୍ରଭାବିତ କରନ୍ତୁ ଓଡିଶା କ୍ରିକେଟର: ସୌରଜିତ - ଓଡିଶା କ୍ରିକେଟ ଆସୋସିଏସନ

By

Published : Dec 25, 2020, 4:36 PM IST

କଟକ: ଓଡିଶା ପାଇଁ ଗୌରବ ଆଣିଛନ୍ତି ପୂର୍ବତନ ଓଡିଶା କ୍ରିକେଟର ଦେବାଶିଷ ମହାନ୍ତି । ବିସିସିଆଇ ଜାତୀୟ ବରିଷ୍ଠ ଚୟନ କମିଟିର ସଦସ୍ୟ ହେଲା ପରେ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ତଥା ଓଡିଶା କ୍ରିକେଟର କେତେ ଲାଭବାନ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇଟିଭି ଭାରତରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏହି ସମସ୍ତ ପ୍ରଶ୍ନର ସକରାତ୍ମକ ଉତ୍ତର ରଖିଛନ୍ତି ଓସିଏ ଚୟନକର୍ତ୍ତା କମିଟିର ବରିଷ୍ଠ ସଦସ୍ୟ ସୌରଜିତ ମହାପାତ୍ର । ଓଡିଶା କ୍ରିକେଟର ଚୟନକର୍ତ୍ତାଙ୍କ ନଜରରେ ରହିବେ । ପୂର୍ବପରି ଅଣଦେଖାର ଶିକାର ହେବାର ସମ୍ଭାବନା କମ । ଟିମ ଓଡିଶାରେ ଏକାଧିକ ଦକ୍ଷ ଖେଳାଳି ରହିଛନ୍ତି । ତେବେ ଦକ୍ଷତା ଅନୁଯାୟୀ, ଓଡିଆ ଖେଳାଳିଙ୍କୁ ନିରବଚ୍ଛିନ ଭାବେ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ହେବ । ଦେବାଶିଷ ଶକ୍ତିଶାଳୀ ଟିମ ଇଣ୍ଡିଆ ଚୟନ କରିବେ । ଯେଉଁମାନେ ଅନ୍ତର୍ଜାତୀୟ ମ୍ୟାଚରେ ଦେଶର ପ୍ରତିନିଧିତ୍ବ କରିବେ । ସେଥିପାଇଁ ଏହି ପ୍ରକ୍ରିୟା ଆହ୍ବାନପୂର୍ଣ୍ଣ ରହିବ । ତେବେ ପୂର୍ବରୁ ଯେପରି ଖେଳାଳି ଭାବେ ଓଡିଶା ତଥା ଜାତୀୟ ଟିମ ପାଇଁ ଖେଳି ଗୌରବ ଆଣିଛନ୍ତି, ସେପରି ଚୟନକର୍ତ୍ତା ଭାବେ କରିବେ ବୋଲି ଆଶାଥିବା କହିଛନ୍ତି ସୌରଜିତ ମହାପାତ୍ର .. କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details