ଦିବାରାତ୍ର ମହିଳା ଟି20 ଲିଗ ଆରମ୍ଭ: ପ୍ରଥମ ଦିନ ପର୍ପଲ-ରେଡ଼ ମୁହାଁମୁହିଁ - ଓଡିଶା କ୍ରିକେଟ ଆସୋସିଏସନ
ଭୁବନେଶ୍ବର: କିଟ୍ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହେଲା ଏମଜିଏମ ମହିଳା ଟି20 କ୍ରିକେଟ ଲିଗ । ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ସଭାପତି ପଙ୍କଜ ଲୋଚନ ମହାନ୍ତି ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଓସିଏ ପକ୍ଷରୁ ଆୟୋଜିତ ହୋଇଥିବା ମହିଳା ଏକଦିବସୀୟରୁ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଏହି ଲିଗ ପାଇଁ ଦଳ ଚୟନ କରାଯାଇଛି। ମୋଟ 5ଟି ଟିମ ମଧ୍ୟରେ 22ଟି ମ୍ୟାଚ ଖେଳାଯିବ। 1 ଫେବୃଆରୀରେ ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ ଖେଳାଯିବ ।