ଓଡିଶା

odisha

ଇଂଲଣ୍ଡକୁ ପରାଜୟ ଭୟ, ପିଟରସନ ପଠାଇଲେ ଦ୍ରାବିଡଙ୍କ ସ୍ପିନ ଟିପ୍ସ

By

Published : Jan 24, 2021, 10:31 AM IST

Published : Jan 24, 2021, 10:31 AM IST

ହାଇଦ୍ରାବାଦ: ବିରି ମାଡ ଶୁଣି କୋଳଥ ଚେପା ଭଳି ନିଜ ମାଟିରେ କଙ୍ଗାରୁ ଟିମ ଚିତପଟାଙ୍ଗ ପରେ ଏବେ ଇଂଲଣ୍ଡକୁ ଘାରିଲାଣି ପରାଜୟ ଭୟ । ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ ଭାରତ ଗସ୍ତରେ ଆସିବାକୁ ଥିବା ଇଂଲଣ୍ଡ ଟିମ ଉଦ୍ଦେଶ୍ୟରେ ଏକ ଟ୍ବିଟ କରିଛନ୍ତି । ଯେ ଟ୍ବିଟକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଭାରତୀୟ ସ୍ପିନ ଅସ୍ତ୍ରରୁ ବର୍ତ୍ତିବାକୁ ଯୁବ ବ୍ୟାଟ୍ସମ୍ୟାନଙ୍କୁ କେଭିନ ବାଣ୍ଟିଛନ୍ତି ଜ୍ଞାନ । ନିଜ ସମୟରେ ସ୍ପିନ ଖେଳିବାକୁ ସଂଘର୍ଷ କରିବା ପରେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପରାମର୍ଶ ଲୋଡିଥିଲେ । କ୍ରିକେଟର ଦ୍ରୋଣାଚାର୍ଯ୍ୟ ଦ୍ରାବିଡ ସଫଳ ସ୍ପିନ ଖେଳିବାର ଟିପ୍ସ ଲେଖି ଏକ ମେଲ ପଠାଇଥିଲେ । ସେହି ପୁରୁଣା ମେଲକୁ ଇଂଲଣ୍ଡ କ୍ରିକେଟ ଟିମ ଉଦ୍ଦେଶ୍ୟରେ ପଠାଇଛନ୍ତି ପିଟରସନ ।

ABOUT THE AUTHOR

...view details